ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସୋରଡ଼ା ମିଶନ ଶକ୍ତି ସଭାଗୃହରେ ଆଇନଗତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସଚେତନତା ସଭା ଓ ରାଲି ଅନୁଷ୍ଠିତ ହୋଇଯାଇଛି l ସୋରଡ଼ା ବ୍ଲକ ର ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ବାସନ୍ତୀ ଦାସ ଙ୍କ ଅଧକ୍ଷତା ରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ଅଣ ଅନୁଷ୍ଠାନିକ ଅଧିକାରୀ ସୁଶାନ୍ତ କୁମାର ସାହୁ, ଜିଲ୍ଲାପ୍ରଶିକ୍ଷକ ହରିହର ପାଢ଼ୀ, ଅଞ୍ଚଳ ପରିଦର୍ଶିକା ସଂଯୁକ୍ତା ଭୋଇ, ଆମେନିକା ଟାପୋ କେ. ରାଧାମାଣି, ସୁଲୋଚନା ପ୍ରଧାନ, ସୁକାନ୍ତି ଜେନା, ମହାଲକ୍ଷ୍ମୀ ମିଶ୍ର, ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଜାତା ରାଣୀ ସୁବୁଦ୍ଧି,ପ୍ରମୁଖ ଯୋଗ ଦେଇଥିଲେ l ଆମ ସମାଜ ରେ ରହିଥିବା ଅବହେଳିତ, ଅନାଥ, ନିଷ୍ପେସିତ ଶିଶୁ ମାନଙ୍କୁ ସେମାନଙ୍କ ଅଧିକାର କୁ ସୁ ସୁ ନିଶ୍ଚିତ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ଯେଉଁ ଅଭିଭାବକ କିମ୍ବା ଜଣେ ମଣିଷ ତାର ପୋଷ୍ୟ ସନ୍ତାନ ରଖିବାକୁ ଆଗ୍ରହ ଥିଲେ ଦଲାଲ ଙ୍କ ଠାରୁ ଦୁରେଇ ରହି ଆଇନଗତ ପ୍ରକ୍ରିୟା ରେ ଶିଶୁ କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ବୈଠକ ରେ ଆଲୋଚନା କରାଯାଇଥିଲା l ଭାରତ ର ଯେ କୌଣସି ଗ୍ରାମ ର ଅନାଥ, ପରିତକ୍ତ କିମ୍ବା ଆତ୍ମ ସମର୍ପଣ କରିଥିବା ପିଲା ମାନଙ୍କ କଲ୍ୟାଣ ଓ ଭବିଷ୍ୟତ କୁ ସୁ ନିଶ୍ଚିତ କରିବାରେ ଆମେ ସମସ୍ତେ ମିଳିମିଶି କାମ କରିବାକୁ ପରାମର୍ଶ ଦିଆଗଲା l ଏହି ସଚେତନତା କାର୍ଯ୍ୟକ୍ରମ ରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଅଞ୍ଚଳପରିଦର୍ଶିକା, ସ୍ୱାସ୍ଥ୍ୟ କର୍ମୀ ସମେତ ବହୁ ଫ୍ରଣ୍ଟ ଲାଇନ କର୍ମୀ ଯୋଗ ଦେଇଥିଲେ l ଶେଷରେ ସମସ୍ତେ ମିଶି ଏକ ରାଲି ମାଧ୍ୟମରେ ମଧ୍ୟ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଆୟୋଜିତ କରିଥିବା ବେଳେ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସହଯୋଗ କରିଥିଲା l