ଏନ୍ଏନ୍ଏସ ଓଡିଆ: ହ୍ରାଇଦ୍ରାବାଦ ଆଇଆଇଟିରେ ପୁଣି ଏକ ଛାତ୍ରୀଙ୍କ ଆତ୍ମହତ୍ୟା । ମାନସିକ ଚାପରେ ରହି ଜୀବନ ହାରିଛନ୍ତି ଛାତ୍ରୀ । ଛାତ୍ରୀଙ୍ର ମୃତଦେହ ସୋମବାର ରାତିରେ ତାଙ୍କ ହଷ୍ଟେଲ ରୁମରେ ଝୁଲନ୍ତା ଅବସ୍ଥାରେ ଉଦ୍ଦାର ହୋଇଛି । ସୂଚନା ମିଳିଛି ଛାତ୍ରୀ ଜଣକ ହେଉଛନ୍ତି ଓଡିଆ । ତାଙ୍କ ନାମ ମମିଥା ନାୟକ । ତାଙ୍କୁ ୨୧ ବର୍ଷ ବୟସ । ଚଳିତବର୍ଷ ସେ ଆଇଆଇଟି-ଏଚରେ ଇଞ୍ଜିନିୟରିଂ ଛାତ୍ରୀ ଭାବେ ନିଜର ନାମ ଲେଖାଇଥିଲେ । ଗତକାଲି ଅର୍ଥାତ୍ ସୋମବାର ରାତିରେ ତାଙ୍କୁ ତାଙ୍କ ଗେ୍ଧଲ୍ ରୁମ୍ରେ ବେକରେ ରଶି ଲଗାଇ ଝୁଲୁଥିବାର ଦେଖିବାକୁ ମିଳିଥିଲା । ସାଙ୍ଗାରେଡି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ଏହା ଏକ ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ବିସ୍ତୃତ ସୂଚନା ଅନୁଯାୟୀ, ଗତରାତିରେ ମମିଥା ହଷ୍ଟେଲ୍ ଫ୍ୟାନରେ ଝୁଲୁଥିବା ତାଙ୍କ ସାଙ୍ଗ ମାନେ ଦେଖିବାକୁ ପାଇଥିଲେ । ଏନେଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସେ ସାଙ୍ଗାରେଡ୍ଡି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚô ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ପୋଲିସ ଛାତ୍ରୀଙ୍କ ରୁମ୍ରୁ ଏକ ସୁଇସାଇଡ ନୋଟ ଜବତ କରିଛି । ଯେଉଁ ଥିରେ ସେ ଲେଖିଛନ୍ତି ମୋର ମୃତୁ୍ୟ ପାଇଁ କେହି ଦାୟୀ ନୁହଁନ୍ତି । ମାନସିକ ଚାପ ଯୋଗୁଁ ଜୀବନ ହାରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି । ଗତ ୨୦ଦିନ ମଧ୍ୟରେ ହାଇଦ୍ରାବାଦ ଆଇଆଇଟିରେ ଏହା ଦ୍ୱିତୀୟ ମୃତୁ୍ୟ ମାମଲା ।
ତେବେ, ସୂଚନା ରହିଛି ଯେ ଗତ ୧ ବର୍ଷ ଭିତରେ ଏହା ହେଉଛି ଆଇଆଇଟି-ଏଚ୍ କ୍ୟାମ୍ପସ୍ର ଚତୁର୍ଥ ଘଟଣା। ମମିଥାଙ୍କ ପୂର୍ବରୁ ଆହୁରି ୩ ଜଣ ଛାତ୍ର ବର୍ଷକ ମଧ୍ୟରେ ଜୀବନ ହାରିଛନ୍ତି। ପୁଲିସ୍ ଏବେ ମମିଥା ମୃତ୍ୟୁକୁ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।