<h3>ଅସ୍ତରଙ୍ଗ,୦୧/୦୫/୨୪: ବର୍ଷା ହେଉ କି ଖରା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ତାଳଦା ଦୀପାଞ୍ଚଳ ବାସୀଙ୍କ ପାଇଁ ୟାତାୟାତ ନିମନ୍ତେ ନୌକା ହିଁ ଏକମାତ୍ର ସାହାଭରଷା । ବନ୍ୟା ସମୟ କଥା କହତଲେ ନ ସରେ । ଛୋଟ ଛୁଆଠୁ ଆରମ୍ଭ କରି ବୟସ୍କ, ମହିଳା ଏବଂ ଛାତ୍ରଛାତ୍ରୀମାନେ ବିପଦସଙ୍କୁଳ ଅବସ୍ଥାରେ ନୌକାରେ ନଦୀ ପାର ହେଉଛନ୍ତି । ଅନେକ ସମୟରେ ଏହି ଦେବୀ ନଦୀରେ ନଦୀ ପାର ହେବା ବେଳେ ନୌକା ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଗାଡି, ସାଇକେଲ ଓ ଲୋକ ଏକା ସହିତ ନୌକା ରେ ନଦୀ ପାର ହୋଇ ଯାତାୟାତ କରନ୍ତି । ଅସ୍ତରଙ୍ଗ ବ୍ଲକ, ସ୍କୁଲ, ଥାନା, ମେଡିକାଲ, ତହସିଲ, ବଜାର ସବୁ ସ୍ତରରେ ଲୋକ ଏହି ନୌକା ଯାତ୍ରା ର ଆଶ୍ରୟ ନିଅନ୍ତି । ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ବର୍ତ୍ତମାନ ବିଧାୟକ ତୁଷାରକାନ୍ତି ବେହେରା ଙ୍କ ମିଳିତ ଉଦ୍ୟମରେ ତାଳଦା ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯେଉଁଥିରେ ୨୫ଜଣ ଶ୍ରମିକ, ୩ଜଣ ଇଞ୍ଜିନିୟର, ଫେବି୍ରକେଟର, ୨୫ଜଣ ମେକାନିକାଲ ଷ୍ଟାଫ ନିୟୋଜିତ ହୋଇଥିଲେ । କିନ୍ତୁ ସେତୁର ପିଲାର ଜଳସ୍ରୋତକୁ ଅଟକାଇବାରେ ସଫଳ ହୋଇନଥିଲା । ଏବେ କିନ୍ତୁ ଲୋକଙ୍କୁ ଆଉ ସେହି ଅସୁବିଧା ଭୋଗିବାକୁ ପଡ଼ିବନି କାହିଁକି ନା ନବୀନ ସରକାରଙ୍କ ବିଜୁ ସେତୁ ଯୋଜନାରେ ପୂର୍ଣ୍ଣାଙ୍ଗ ରୂପରେଖ ନେବାକୁ ବସିଛି ଏହି ତାଳଦା ସେତୁ । କାର୍ୟ୍ୟକୁ ପୂର୍ଣ୍ଣାଙ୍ଗ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପୁନଃବାର ୧୧କୋଟି ୮୭ଲକ୍ଷ ୬୫ହଜାର ୧୬୩ ଟଙ୍କାର ଅନ୍ୟ ଏକ ଟେଣ୍ଡର ବାହାର କରାଯାଇଛି । ଯାହା ସମାଜସେବୀ ପ୍ରତାପ ପରିଡା, ଗ୍ରାମବାସୀ ଏବଂ ଠିକାଦାରଙ୍କ ମିଳିତ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ କରାଯାଉଛି । ତେବେ ତାଳଦା ଅଞ୍ଚଳର ଏହା ପ୍ରଥମ ସେତୁ ଏବଂଏହାର ଶୋଭାବର୍ଦ୍ଧନ କରିବ ଅତ୍ୟାଧୁନିକ ବୋଷ୍ଟିଙ୍ଗ ଗାର୍ଡର ସେତୁ । ଯାହା ଅନୁମାନ କରାଯାଉଛି ସାଧାରଣ ନିର୍ବାଚନ ସରିବା ସଙ୍ଗେ ସଙ୍ଗେ ସେତୁର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଯିବ । ତାଳଦାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଏବେ ପୂରଣ ହେବ । ତାଙ୍କୁ ଆଉ ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହେବାକୁ ପଡିବ ନାହିଁ । ତେଣୁ ସମସ୍ତ ଗ୍ରାମବାସୀ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।</h3>