କେନ୍ଦୁଝର ଜିଲ୍ଲା ପାଟଣା ଓ ଚମ୍ପୁଆ ରେଞ୍ଜ ଅଞ୍ଚଳ ରେ ୨୭ ଟି ହାତୀ ଚଳପ୍ରଚଳ କରୁଥିବା ବେଳେ ୪ ଦିନ ହେବ ଏହି ହାତୀପଲ ଉଭୟ ପାଟଣା ଓ କରଞ୍ଜିଆ ରେଞ୍ଜ ଅଞ୍ଚଳରେ ଆତଙ୍କ ଖେଳାଇ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି।ଏହି ହାତୀପଲ ଦିନବେଳା କରଞ୍ଜିଆ ରେଞ୍ଜର ବଡ଼ ଦେଉଳି ଜଙ୍ଗଲରେ ରହୁଥିବା ବେଳେ ସଂଧ୍ୟା ହେଲେ ପାଟଣା ରେଞ୍ଜର ସାହାରପଡା ସେକ୍ସନ କୁ ପ୍ରବେଶ କରି ଆତଙ୍କ ଖେଳାଇବା ସହ ପନି ପରିବା ଓ ଧାନ ଚାଷ ନଷ୍ଟ କରୁଛନ୍ତି। ହାତୀପଲ ବୁଧବାର ସକାଳୁ ପାଟଣା ରେଞ୍ଜ ସାହାରପଡା ସେକ୍ସନ ଉଦୟପୁର ବିଟ୍ ଅଧିନ ହରିଚନ୍ଦନପୁର ଗାଁ ନିକଟ ଜଙ୍ଗଲ ରେ ଡେରା ପକାଇଥିବା ବେଳେ ଖୁଣ୍ଟାପିଙ୍ଗୁ ଗାଁ ନିକଟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବା କୁ ମିଲିଥିଲା ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ତୁଷାର୍ତ୍ତ ହାତୀ ପଲ ଏକ ପୋଖରୀ କୁ ଜଳକ୍ରୀଡା ସହ ପାଣି ପିଇବା କୁ ପ୍ରବେଶ କରିଥିଲେ ।କିନ୍ତୁ ପୋଖରୀ ରେ ଆବଶ୍ୟକ ମୁତାବକ ପିଇବା ଓ ଗାଧୋଇବା ପାଇଁ ପାଣି ନଥିବା ଯୋଗୁଁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ ମାତ୍ର ପାଣି ନଥିବାରୁ କିଛି ହାତୀ ପଙ୍କ ରେ ଗଡିବାର ଅଭାବନୀୟ ଦୃଶ୍ୟ ଦେଖିବା ବାକୁ ମିଲିଥିଲା। ଯାହା ପଶୁପ୍ରେମୀ ଙ୍କ ମନରେ ଆଘାତ ଆଣିଛି ଏପରି ଦୃଶ୍ୟ ପୂର୍ବରୁ କେବେ ଦେଖି ନଥିବା କହିଥିବା ବେଳେ ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବନ୍ୟ ଜନ୍ତୁ ବି ବର୍ତ୍ତି ନଥିବା କହିଛନ୍ତି। ଅନ୍ୟପଟେ ଗୋଟେ ହାତୀ ପାଇଁ ଦୈନିକ ଦେଢ଼ କ୍ୱିଣ୍ଟାଲ ରୁ ଅଧିକ ଖାଦ୍ୟ ର ଅବଶ୍ୟକତା ରହିଥିବା ବେଳେ ପିଇବା ପାଇଁ ପାଣି ୧୦୦ ଲିଟର ଅବଶ୍ୟକତା ରହିଛି। ଏବଂ ଦୈନିକ ଏକ ଘଣ୍ଟାରୁ ଉର୍ଦ୍ଧ ଗାଧେଇବା ର ଆବଶ୍ୟକ ତା ରହିଛି। ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପୋଖରୀ ଗୁଡ଼ିକ ରେ ପାଣି ର ନଥିବା ରୁ ହାତୀ ଙ୍କ ସହ ଅନ୍ୟ ବନ୍ୟଜନ୍ତୁ ମଧ୍ୟ ଏନେକ ସମସ୍ୟା ରେ ସମ୍ମୁଖୀନ ହେଉଛନ୍ତି। ଜଙ୍ଗଲ ନଷ୍ଟ କାରଣ ରୁ ଖାଦ୍ୟ ର ଅଭାବ ଯୋଗୁଁ ହାତୀ ଗାଁ ମୁଁହା ହେଉଛନ୍ତି। କିନ୍ତୁ ଆବଶ୍ୟକ ଅନୁସାରେ ଖାଦ୍ୟ ନ ପାଇବା ରୁ ଜନ ବସତି ମୁହାଁ ହେବା ସହ ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରୁଛନ୍ତି। ଏଥି ସହ ହାତୀ ଙ୍କୁ ଦେଖିବା କୁ ହଜାର ହଜାର ଲୋକଙ୍କ ଭିଡ଼ ଜମାଇ ହାତୀ ର ଚଲାପଥ କୁ ଅବରୋଧ କରୁଥିବା ରୁ ହାତୀପଲ ଚଳ ପ୍ରଚଳ ନ କରିପାରି ହିଂସ୍ର ହେଉଛନ୍ତି।ଅନ୍ୟପଟେ ହାତୀ ଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ଆଇନ ପ୍ରଣୟନ କରିବା ସହ ହାତୀ ମାନଙ୍କ ଖାଦ୍ୟ ର ଅଭାବ ଦୁର କରିବା ପାଇଁ ହାତୀ ଙ୍କ ଚଲାପଥ କଡ଼ରେ ଏବଂ ଜଂଗଲ ରେ ବାଉଁଶ ଅଶ୍ଵସ୍ତ ,କୁମ୍ଭୀ, ଚାର, କେନ୍ଦୁ କଦଳୀ ଗଛ ସହ ସଂରକ୍ଷିତ ଜଙ୍ଗଲ ରେ ପୋଖରୀ ଖଳାଯାଉ ଜଳାଶୟ କରାଯିବା ର ଆବଶ୍ୟକତା ଥିବା ବେଳେ କାମ୍ପା , ଏବଂ ଅମ୍ବାଡିସି ଯୋଜନା ରେ ପୂର୍ବରୁ ଜିଲ୍ଲା ର ବିଭନ୍ନ ରେଞ୍ଜ ରେ ଏସବୁ ଗଛ ଲଗାଯାଇ ଥିବା ପାଟଣା ରେଞ୍ଜ ରେ କୋୖଣସି ପଦକ୍ଷେପ ନିଆ ଯାଇ ନଥିବା ରୁ ଏ ଅଞ୍ଚଳ କୁ ହାତୀ ଆସିଲେ ହାତୀପଲ ଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳ ର ଅଭାବ ରହୁଥିବା ରୁ ହାତୀପଲ ହିଂସ୍ର ହୋଇ କ୍ଷୟକ୍ଷତି କରୁଥିବା ଏହି ଦୃଶ୍ୟ ହିଁ ଅନେକ କଥା ବୟାନ କରୁଛି ଏଥି ପ୍ରତି ସରକାର ଦୃଷ୍ଟିଦେବା ଜରୁରୀ ହୋଇ ପଡିଛି। ବିଳମ୍ବିତ ରାତିରେ ଏହି ହାତୀପଲ ତୁରୁମୁଙ୍ଗା ନିକଟରେ ୪୯ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ଚମ୍ପୁଆ ରେଞ୍ଜ କୁ ପ୍ରବେଶ କରି ଏବେ ଗୋବିନ୍ଦପୁର ଗାଁ ନିକଟରେ ଡେରା ପକାଇଛନ୍ତି। ହାତୀପଲ ଗାଁ ନିକଟରେ ଘୁରି ବୁଲୁଥିବା ରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ହାତୀପଲ ଙ୍କ ଉପରେ ନଜର ରଖିଛି।