ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୫.୦୨): ଅଳିଆ ଆବର୍ଜନା କରିଥିବାରୁ ବିଏମସି କୁ ୧୦ହଜାର ଟଙ୍କା ତଣ୍ଡ ଗଣିଛି ଭୁବନେଶ୍ୱର ଝାରପଡାସ୍ଥିତ ବ୍ୟାଙ୍କ ଅଫ ବରୋଦା । ବ୍ୟାଙ୍କର ଅଦରକାରୀ କାଗଜପତ୍ରକୁ ପାଖ ନାଳରେ ଫିଙ୍ଗୁଥିବାରୁ ଜରିମାନା ଆଦାୟ କରିଛି ବିଏମସି । ବ୍ୟାଙ୍କ ନିକଟରେ ଥିବା ଏକ ଔଷଧ ଦୋକାନ ଠାରୁ ମଧ୍ୟ ଜରିମାନା ଆଦାୟ କରାଯାଇଛି । ଔଷଧ ଦୋକାନୀଠାରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଔଷଧ ଖୋଳ ଓ ଏକ୍ସପାୟରୀ ଔଷଧ ଗୁଡିକୁ ନାଳରେ ଫୋପାଡୁଥିବାରୁ ଏହି ଜରିମାନା ଆଦାୟ କରିଛି ବିଏମସି । କେବଳ ଏତିକି ନୁହେଁ ଭୁବନେଶ୍ୱର ଗୌତମ ନଗରରେ ଥିବା ଏକ ଟାଇଲ ଓ ମାର୍ବଲ ଦୋକାନକୁ ବି ୫୦ହଜାର ଟଙ୍କାର ଜରିମାନା ଦେବାକୁ ପଡିଛି ।