ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ୫ ଦଫା ଦାବି ନେଇ ଶୁକ୍ରବାର ଦିବା 1 ଘଟିକା ସମୟରେ ସୁକିନ୍ଦା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଆରଜି କର ମେଡିକାଲ କଲେଜର ଡ଼ାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସଂପୃକ୍ତ ସମସ୍ତ ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା ଓ ଏସ୍ ସିବି ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଦୁଷ୍କର୍ମ ଅଭିଯୋଗର ତଦନ୍ତକରି ଅଭିଯୁକ୍ତ ଡାକ୍ତରଙ୍କୁ କଠୋର ଦଣ୍ଡ ଦେବା, ନାରୀ ଓ ଶିଶୁକନ୍ୟାଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ମଦ ଓ ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦକରିବା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ କରିବା ଆଦି ଦାବୀରେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ସୁକିନ୍ଦା ବ୍ଲକ କମିଟିର ସମ୍ପାଦିକା ଲିଲି ମହାନ୍ତଙ୍କ ନେତୃତ୍ବରେ ସୁକିନ୍ଦା ବ୍ଳକ କମିଟିର ଅନ୍ୟତମ ସଦସ୍ୟା ସଞ୍ଜୁ ମହାନ୍ତ,କନକ ମହାନ୍ତ, ସୁକାନ୍ତି ମହାନ୍ତ ପ୍ରମୁଖ ସୁକିନ୍ଦା ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।