ପ୍ରଭୁ ଶ୍ରୀ ରାମଲାଲାଙ୍କ ଦର୍ଶନ ଓ ଆଶିଷ ପାଇବା ପାଇଁ ଅଯୋଧ୍ୟା ଗଲା ପ୍ରଥମ ସ୍ୱତନ୍ତ୍ର ଟ୍ରେନ । ରାଜ୍ୟର ଅଗରିତ ରାମ ଭକ୍ତଙ୍କ ଉକ୍ରଣ୍ଠା ଓ ଆଗ୍ରହକୁ ସମ୍ମାନ ଜଣାଇ ଏବଂ ଦର୍ଶନକୁ ସୁବ୍ୟବସ୍ଥିତ କରିବା ଉଦେ୍ଦଶ୍ୟରେ ରେଳ ବିଭାଗର ସହଯୋଗରେ ଆଜିଠାରୁ ଅଯୋଧ୍ୟାକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପତାକା ଦେଖାଇ ଶୁଭାରମ୍ଭ କଲେ ଯାତ୍ରା । ପ୍ରଥମ ପର୍ୟ୍ୟାୟରେ ପୁରୀ, ନୟାଗଡ ଏବଂ ଜଗତସିଂହପୁର ଜିଲ୍ଲାରୁ ଗଲେ ୧୫ଶହରୁ ଊର୍ଦ୍ଧ୍ୱ ରାମଭକ୍ତ । ପର୍ୟ୍ୟାୟ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରୁ ରାମଭକ୍ତମାନେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀ ରାମଲାଲାଙ୍କ ଦର୍ଶନ କରିବେ । ଓଡ଼ିଶାର ଅଗଣିତ ରାମଭକ୍ତଙ୍କ ଉତ୍କଣ୍ଠା ଓ ଆଗ୍ରହକୁ ସମ୍ମାନ ଜଣାଇ ଏବଂ ଦର୍ଶନକୁ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ରେଳ ବିଭାଗର ସହଯୋଗରେ ଆଜିଠାରୁ ଅଯୋଧ୍ୟାକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଏହି କ୍ରମରେ ଓଡ଼ିଶାର ରାମଭକ୍ତଙ୍କ ପାଇଁ ଆଜି ଅଯୋଧ୍ୟାକୁ ଗଡିଛି ‘ଭୁବନେଶ୍ୱର-ଦର୍ଶନ ନଗର ଆସ୍ଥା ସ୍ପେଶିଆଲ ଟ୍ରେନ’ । ୧୫ଶହରୁ ଊର୍ଦ୍ଧ୍ୱ ରାମ ଭକ୍ତ ଏହି ଟ୍ରେନ ଯୋଗେ ଭୁବନେଶ୍ୱରରୁ ଅଯୋଧ୍ୟା ଯାତ୍ରା କରିଛନ୍ତି । ଏହି ସ୍ୱତନ୍ତ୍ର ଟ୍ରେନଟି ଆସନ୍ତାକାଲି ୭ତାରିଖ ସକାଳେ ଅଯୋଧ୍ୟାରେ ପହଂଚିବ ଏବଂ ୨୪ଘଂଟା ରହଣି ପରେ ୮ତାରିଖ ଦିନ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତନ କରି ୯ତାରିଖ ଦିନ ଭୁବନେଶ୍ୱରରେ ପହଂଚିବ । ଆଜିର ଏହି ଯାତ୍ରାରେ ପୁରୀ, ନୟାଗଡ ଏବଂ ଜଗତସିଂହପୁର ଜିଲ୍ଲାର ରାମଭକ୍ତମାନେ ଗସ୍ତ କରିଥିବାବେଳେ ପର୍ୟ୍ୟାୟକ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରୁ ରାମଭକ୍ତମାନେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀ ରାମଲାଲାଙ୍କ ଦର୍ଶନ କରିବେ ।