ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୦୮ .୦୨): କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ନିକଟରେ ଆରମ୍ଭ ହୋଇଥିବା ଅମୃତ ଭାରତ ଷ୍ଟେସନ ଯୋଜନାରେ ସାରା ଦେଶରେ ୧୨୭୫ ରେଳ ଷ୍ଟେସନର ନବୀକରଣ ଏବଂ ଆଧୁନିକୀକରଣ କରାଯିବ ପାଇଁ ଯୋଜନା ହୋଇଛି। ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାରେ ମଲ୍ଟିମୋଡାଲ ଇଣ୍ଟିଗ୍ରେସନ, ସହରର ଉଭୟ ପାର୍ଶ୍ୱରେ ଷ୍ଟେସନ ନିର୍ମାଣ ଏବଂ ଏକୀକରଣର ଯୋଜନା ରହିଛି। ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ରେଳ ଜୋନ୍ ପାଇଁ ୨୭୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକ୍ରିୟା ଜଟିଳ ହୋଇଥିବାରୁ ଏଥିରେ ଯାତ୍ରୀ ଏବଂ ଟ୍ରେନର ନିରାପତ୍ତା ଜଡିତ ଏବଂ ସହରାଞ୍ଚଳ ତଥା ସ୍ଥାନୀୟ ସଂସ୍ଥାଗୁଡ଼ିକରୁ ବିଭିନ୍ନ ବିଧିଗତ ଅନୁମତି ଆବଶ୍ୟକ ଫଳରେ ଏହା ଶେଷ ହେବା ଲାଗି ଅଧିକ ସମୟ ଆବଶ୍ୟକ କରିପାରେ। ଏହି ଯୋଜନା ଶେଷ ହେବା ପାଇଁ କୌଣସି ସମୟ ସୀମା ସ୍ଥିର କରାଯାଇପାରିବ ନାହିଁ ବୋଲି ଶ୍ରୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି।