ଯାଜପୁର: ରାଜ୍ୟ ଭାରତୀୟ ଜନତା ପାର୍ଟି ର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀରୁ ବିଧାନସଭା କ୍ଷେତ୍ର ପାଇଁ ବିଜେପି ଅମର ନାୟକଙ୍କ ନାଁ ଘୋଷଣା କରିଛି । ଏନେଇ ଗତ ଶୁକ୍ରବାର ସକାଳ ୧୧ ଟା ସମୟରେ ବିଜେପି ନେତା ଅମର ନାୟକଙ୍କୁ ଦଳୀୟ କର୍ମୀମାନଙ୍କ ଓ ସମର୍ଥକ ସହିତ ଗ୍ରୀଷ୍ମ ପ୍ରବାହ କୁ ଖାତିର ନକରି ଛତିଆ ନେଳିଆ ଛକରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରିଥିଲେ। ଏହି ବାଇକ ଶୋଭାଯାତ୍ରାରେ ପାଖା ପାଖି ୫ହଜାର ଉର୍ଦ୍ଧ୍ବ କର୍ମୀମାନଙ୍କ ଓ ସମର୍ଥକ ସାମିଲ୍ ହୋଇଥିବା ଦେଖିବକୁ ମିଳିଛି।ଶ୍ରୀ ନାୟକ ଛତିଆ ବଜାର ଦେଇ ଛତିଆ ବଟ ମନ୍ଦିର ଦର୍ଶନ କରିବା ପରେ ଚଣ୍ଡିଖୋଲ ସ୍ଥିତ ମହାବିନାୟକ ମନ୍ଦିରରେ ପହଞ୍ଚିଥିଲେ। ଏବଂ ସେଠାରେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଚଣ୍ଡିଖୋଲ ଛକରେ ଏକ ଦଳୀୟ କାର୍ଯ୍ୟକ୍ରମ କରିଥିବା ବେଳେ ତାଙ୍କୁ ସ୍ଥାନୀୟ ବାସିନ୍ଦା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଦେଖିବାକୁ ମିଳିଛି । ଏନେଇ ବିଜେପି ନେତା ଅମର ନାୟକ କେନ୍ଦ୍ର ଓ ରାଜ୍ୟ ନେତୃମଣ୍ଡଳୀ ଓ ତାଙ୍କ ସମର୍ଥକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।