ଭୁବନେଶ୍ୱର: ଅଭିମାନ ଭାଙ୍ଗିଲେ ସ୍ୱାସ୍ଥ୍ୟକର୍ମୀ, ମାସେ ପାଇଁ ଆନ୍ଦୋଳନ ସ୍ଥଗିତ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘର ଆବାହିକା ମମତା ନାୟକ। ସେ କହିଛନ୍ତି ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇଛି। ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଛି। ତେଣୁ ଆସନ୍ତା ଏକ ମାସ ପାଇଁ ଆନ୍ଦୋଳକୁ ସ୍ଥଗିତ ରଖାଯାଇଛି। ଫେବ୍ରୁଆରୀ ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥାନ୍ତା।ସୂଚନାଯୋଗ୍ୟ ଗତ ୨୮ ତାରିଖରୁ ସ୍ୱାସ୍ଥ୍ୟକର୍ମୀମାନେ କଳା ବ୍ୟାଚ୍ ପିନ୍ଧି ବିଭିନ୍ନ ଦାବି ଦେଇ ଆନ୍ଦୋଳନ କରୁଥିଲେ। ଏମିତିକି ଟିକା ଆସିବା ପରେ ସେମାନେ କରୋନା ଟିକା ଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ହେଲେ କରୋନା ଟିକା ବଣ୍ଟନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ତେବେ ମଙ୍ଗଳବାର ରାଜ୍ୟ ସରକାରଙ୍କ ସହ ସକାରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘର ଆବାହିକା ମମତା ନାୟକ। ସେ କହିଛନ୍ତ, କ୍ୟାଡର ରିଷ୍ଟ୍ରକ୍ଚର ଓ ପଦୋନ୍ନତି ନେଇ ଆଲୋଚନା ହୋଇଛି। ଆସନ୍ତା ୨୮ ତାରିଖରେ ୧୫ ହଜାର କର୍ମୀ ଟୀକା ନେବେ ଏଣିକି କଳା ବ୍ୟାଚ୍ ପିନ୍ଧି ଆନ୍ଦୋଳନ ମଧ୍ୟ ସ୍ଥଗିତ ରହିଲା। ମାସେ ପରେ ପୁଣି ଆଲୋଚନା ହେବ।