ନୂଆଦିଲ୍ଲୀ : ବଲିଉଡରେ ପୁଣି କାୟା ବିସ୍ତାର କଲା ମହାମାରୀ କରୋନା । କରୋନା କବଳରେ ଅଭିନେତା ରଣବୀର କପୁର । ମା’ ନୀତୁ ସିଂହଙ୍କ ପରେ ପୁଅ ରଣବୀର କପୁର ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ତାଙ୍କ ପା’ ନୀତୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ରଣବୀର କପୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ବର୍ତ୍ତମାନ କ୍ୱାରେଣ୍ଟାଇନ୍ ରେ ଅଛନ୍ତି । ଏକ ୱେବସାଇଟ୍ ମାଧ୍ୟମରେ ଏହାର ସୂଚନା ରଣଧୀର କପୁର ଦେଇଛନ୍ତି । ରଣଧୀର କହିଛନ୍ତି, ‘ମୁଁ ଜାଣିଛି ସେ ଭଲ ନାହାଁନ୍ତି, କିନ୍ତୁ ମୋର ବିଶ୍ୱାସ ହେଉନି ତାଙ୍କୁ ଏହା କିପରି ହେଲା । ମୁଁ ବର୍ତ୍ତମାନ ସହରରେ ନାହିଁ। ‘ । ଏହି ଖବର ଜାଣିବା ପରେ ଫ୍ୟାନ୍ସମାନେ ରଣବୀରଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି । ଗତ ବର୍ଷ ଡିସେମ୍ବରରେ ରଣବୀରଙ୍କ ମା ଅଭିନେତ୍ରୀ ନୀତୁ କପୁର ମଧ୍ୟ କରୋନା ମହାମାରୀର ଶିକାର ହୋଇଥିଲେ । ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ର ସୁଟିଂ ସମୟରେ ସେ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିଲେ ।