ଅସ୍ତରଙ୍ଗ ଆଳସାହି ଗାଁରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରୁ ଲୁଟ୍ । ମାରଣାସ୍ତ୍ର ଦେଖାଇ, ହାତଗୋଡ଼ ବାନ୍ଧି ଲୁଟିନେଲେ ନଗଦ ଟଙ୍କା ସାଙ୍ଗକୁ ସୁନା ଅଳଙ୍କାର । ୫ଲକ୍ଷ ଟଙ୍କାର ସୁନା ଗହଣା ସାଙ୍ଗକୁ ନଗଦ ୮୦ହଜାର ଟଙ୍କା ଦୁବୃର୍ତ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଷ୍ଣୁଚରଣ ମଲ୍ଲିକଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ କିଛି ଲୁଟେରା ଗ୍ରୀଲ ତାଡ଼ି ଘରେ ପଶିଥିଲେ। ପରେ ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଘରୁ ନଗଦ ଲକ୍ଷେ ଟଙ୍କା ଓ ସୁନାଅଳଙ୍କାର ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବିଷ୍ଣୁ ଚରଣ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରିବା ସହ ଲୁଟେରାଙ୍କୁ ଧରିବାକୁ ଛାନଭିନ୍ ଆରମ୍ଭ କରିଛି। ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକ କହିଛନ୍ତି, ଲୁଟେରାଙ୍କ ଚେହେରା ଆମର ମନେ ରହିଛି। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଲୁଟେରାମାନେ ଧରାପଡ଼ିବେ।