ଏନ୍ଏନ୍ଏସ ଓଡିଆ, ନୂଆଦିଲ୍ଲୀ: ବଢିଲାନି ସୁଧହାର । ପୂର୍ବଭଳି ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି କ୍ରମାଗତ ତୃତୀୟ ଥର ପାଇଁ ରେପୋରେଟ ୬.୫ ପ୍ରତିଶତ ଅପରିବର୍ତ୍ତିତ ରଖିଛି । ମୁଦ୍ରାନୀତି ବୈଠକ ପରେ ଆଜି ଏ ସଂକ୍ରାନ୍ତରେ କେନ୍ଦ୍ରୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ରେପୋ ରେଟ୍ ବଢିଲେ ଇଏମ୍ଆଇ ବୋଝ ବଢୁଥିବାରୁ ଏହି ନିଷ୍ପତ୍ତି ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେଇଛି । ତେବେ ଏବେ ବି ଦେଶର ନୁଦ୍ରାସ୍ଫୀତି ହାର ଆରବିଆଇର ଧାର୍ଯ୍ୟ ଲକ୍ଷ୍ୟ ୪ ପ୍ରତିଶତ ଠାରୁ ଅଧିକ ରହିଛି । ମୁଦ୍ରାନୀତି କମିଟି ଲଗାତର ମୁଦ୍ରାସସ୍ଫୀତି ଉପରେ ରଖିଛି ଏବଂ ଏହାକୁ ଟାର୍ଗେଟ ସ୍ତରକୁ ଆଣିବାକୁ ପ୍ରଚେଷ୍ଟ କରୁଛି ବୋଲି ଗଭର୍ଣ୍ଣର କହିଛନ୍ତି । ସେ ଆହୁରୀ କହିଛନ୍ତି, ‘ରେପୋ ରେଟ୍’ ଅପରିବର୍ତ୍ତିତ ରଖିବା ଲାଗି ୬ଜଣିଆ ସଦସ୍ୟବିଶିଷ୍ଟ ‘ମନିଟାରି ପଲିସି କମିଟି’ ସର୍ବସମ୍ମତକ୍ରମେ ନିଷ୍ପତ୍ତି ଗ୍ରହଣ କରିଛି।ସମସ୍ତ ପ୍ରାସଙ୍ଗିକତା ଉପରେ ସବିଶେଷ ବିବେଚନା କରାଯିବା ପରେ ‘ରେପୋ ରେଟ୍’ ୬.୫୦%ରେ ଅପରିବର୍ତ୍ତିତ ରଖିବା ଲାଗି ‘ମିନିଟାରି ପଲିସି କମିଟି’ ସର୍ବସମ୍ମତ ହୋଇ ନିଷ୍ପତ୍ତି ଗ୍ରହଣ କରିଥିବା କଥା ଦାସ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଦ୍ରସ୍ଫୀତିକୁ ଅଭିବୃଦ୍ଧିର ନିର୍ଦ୍ଧାରିତ ଲକ୍ଷ୍ୟ ସହ ସମାନ୍ତରଳ କରିବା ଉପରେ ଧ୍ୟାନ ଦେଇ ‘ମନିଟାରି ପଲିସି’ର ୬ଜଣ ସଦ୍ୟଙ୍କ ମଧ୍ୟରୁ ୫ଜଣ ‘ରେପୋରେଟ’ ଅପରିବର୍ତ୍ତିତ ରଖାଯିବା ସପକ୍ଷରେ ମତ ଦେଇଥିଲେ।