ଗତ ତିନିଦିନ ହେବ ଶ୍ରୀମନ୍ଦିର ଆଗରେ ଲାଗିଥିବା ଫୋକସ ଲାଇଟକୁ ଖୋଲି ନେଇଯାଇଥିଲା କମ୍ପାନୀ .,. ଯାହାର ତଦନ୍ତ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ସଚିବ ପ୍ରଦୀପ ଜେନା ., ଭକ୍ତ ଓ ସେବାୟତଙ୍କ ମଧ୍ୟ ରେ ଏହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା ଏବେ କିନ୍ତୁ ଶ୍ରୀମନ୍ଦିର ଆଗରେ ଲାଗିଛି ଫୋକସ ଲାଇଟ୍ – ଝଲସି ଉଠୁଛି ଶ୍ରୀମନ୍ଦିର ,.,ପରେ ଭକ୍ତମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।
ଗତ ଦିନ ତିନ ହେବ ଅନ୍ଧାର ଭିତରେ ଥିଲା ଶ୍ରୀମନ୍ଦିର ,., ନିର୍ବାଚନ ଫଳାଫଳ ବାହାରିବା ପରେ ଏମିତି କିଛି ଘଟଣା ଦେଖିବାକୁ ମିଳିଥିଲା .. ପରେ ପ୍ରଦୀପ ଜେନା ନିଜ ସୋଶାଲ ମିଡିଆରେ ଢରେ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀମନ୍ଦିରକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଖୋଲିନେବା ଘଟଣାର ତଦନ୍ତ କରାଯାଉ। ପୁରୀ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରନ୍ତୁ। ନିର୍ବାଚନ ଫଳାଫଳ ବାହାରିବା ପରେ ଅର୍ଥାତ ୩ ତଳେ ବଡ ଦେଉଳକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଇଭେଣ୍ଟ କମ୍ପାନୀ ପକ୍ଷରୁ ଖୋ ଲିନିଆଯାଇଥିବା ଅଭିଯୋଗ ହୋଇଛି
ରାଜ୍ୟରେ ନୂଆ ସରକାର ଆସିବା ପୂର୍ବରୁ କାହିଁକି ଶ୍ରୀମନ୍ଦିର ପରିସରରେ ଲାଗିଥିବା ଆଲୋକୀକରଣ ବ୍ୟବସ୍ଥାକୁ ହଠାତ୍ ବନ୍ଦ କରିଦିଆଗଲା |ପରିକ୍ରମା ପ୍ରକଳ୍ପ ସମୟରେ ଶ୍ରୀମନ୍ଦିରର ସୌନ୍ଦର୍ୟ୍ୟକରଣ, ବଡ଼ଦାଣ୍ଡ, ମେଘନାଦ ପ୍ରାଚୀରର ଆଲୋକୀକରଣ ପାଇଁ ବ୍ୟାପକ ଫୋକସଲାଇଟ ଲଗାଯାଇଥିଲା।
ମୁଖ୍ୟ ଶାସନ ସଚିବଙ୍କ ଟ୍ୱିଟ୍ ପରେ ପୁରୀ ଜିଲ୍ଲାପାଳ କହିଛନ୍ତି, ଶ୍ରୀମନ୍ଦିରରେ ଆଲୋକୀକରଣ ବନ୍ଦ ଘଟଣାରେ ଲାଇଟ ଲଗାଇଥିବା ଇଭେଣ୍ଟ ସଂସ୍ଥାର ୪ ଜଣଙ୍କୁ ଅଟକ ରଖାଯାଇଛି।