ସୋରଡ଼ା ରେ ଅନ୍ତର୍ଜାତୀୟ ମହିଳା ଦିବସ ଏନଏସି ତରଫରୁ ମହାସମାରୋହ ରେ ପାଳିତ ହୋଉଛି l କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମେଶ ସାହୁଙ୍କ ତତ୍ୱାବଧାନ ରେ ତଥା ନଗରପାଳ ଶିବଶଙ୍କର ପଣ୍ଡା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏଥିରେ କାଉନସିଲର ନାଗେଶ୍ୱର ବେହେରା, ସନ୍ତୋଷ ପଣ୍ଡା, ସତ୍ୟ ନାରାୟଣ ସୁବୁଦ୍ଧି, କାଜଲ ବେହେରା, ମାମି ନାୟକ ପ୍ରମୁଖ ମଂଚାସୀନ ଥିଲେ I ମହିଳା ଶକ୍ତି ହେଉଛି ବିଶ୍ୱର ଶକ୍ତି I ନାରୀ ଚାହିଁଲେ ସମାଜ ର ସର୍ବୋପରି ବି କାଶ ହୋଇ ପାରିବ I ଦେଶ ର ସମସ୍ତ ପ୍ରକାର ବୃହତ ପଦ ପଦବୀ ରେ ବର୍ତ୍ତମାନ ମହିଳା ମାନେ ଅଧିଷ୍ଠିତ ହୋଇଛନ୍ତି I ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି, ସମାଜ, ପରିବାର ସମସ୍ତ ପରିସର ରେ ମହିଳା ମାନଙ୍କ ଅଗ୍ରଣୀ ଭୂମିକା ରହିଛି ବୋଲି ନଗରପାଳ ଶ୍ରୀ ପଣ୍ଡା କହିଥିଲେ I ଏହି ଅବସର ରେ ସଫେଇ କର୍ମଚାରୀ ଙ୍କ ଉଦେଶ୍ୟ ରେ ବଡଖାନା କାର୍ଯ୍ୟକ୍ରମ ହୋଇଥିଲା I ସମସ୍ତ ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ସହର କୁ ସରସ ସୁନ୍ଦର କରିରଖିବାରେ ସଫେଇ ଭାଇଙ୍କ ଦାଇତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କାଉନସିଲର କାଜଲ ବେହେରା, ନାଗେଶ୍ୱର ବେହେରା କହିଥିଲେ l କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l