<h3>ବ୍ରହ୍ମପୁର,୨୬/୦୪/୨୪: ଅନ୍ତରାଜ୍ୟ ଚୋର ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ପରେ ଅଭିଯୁକ୍ତଙ୍କ ଠାରୁ ୪୨ ଗ୍ରାମ୍ ସୁନା, ୨ କିଲୋ ରୁପା, ୩ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ବାଇକ୍ ଜବତ କରିଛି ବ୍ରହ୍ମପୁର ପୁଲିସ ।</h3> <h3>ବ୍ରହ୍ମପୁର ଜିଲ୍ଲାରେ ବୁଲି ବୁଲି ତାଲା ବନ୍ଦ ଘରକୁ ଟାର୍ଗେଟ୍ କରୁଥିଲେ । ଗୋସାଇଁନୂଆଗାଁ ଥାନା ପୁଲିସ ସେମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଆନ୍ଧ୍ରପ୍ରଦେଶ ନେଲୁରୁ ଥାନା ଅନ୍ତର୍ଗତ ଗାନ୍ଧୀନଗରର ସିଏଚ କ୍ରିଷ୍ଣାରେଡ଼ି(୪୦) ଓ ଜି. ପ୍ରଭୁ(୨୯) । ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଛି ଅଭିଯୁକ୍ତଙ୍କ ବିରୋଧରେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଥାନା, ତେଲେଙ୍ଗାନା ଓ ହାଇଦ୍ରାବାଦରେ ମଧ୍ୟ କେସ୍ ଥିବା ପୁଲିସର ତଦନ୍ତରେ ଜଣାପଡିଛି। ବ୍ରହ୍ମପୁରରେ ଏମାନେ ଗୋସାଇଁନୂଆଗାଁ ଓମ୍ ବିହାରରେ ଏକ ଚୋରିରେ ସଂପୃକ୍ତ ଥିବା ଜଣାପଡିଛି। ଆଉ କେତୋଟି ଚୋରିରେ ସଂପୃକ୍ତ ଅଛନ୍ତି ତାହା ତଦନ୍ତ ଚାଲିଛି। ଓମ୍ ବିହାର ୯ମ ଲାଇନରେ ଥିବା ଏକ ତାଲା ବନ୍ଦ ଘରୁ ଗତ ୧୪ ତାରିଖରେ ସୁନାଗହଣା ଚୋରି ହୋଇଥିଲା । ପୁଲିସ ସିସିଟିଭି ଫୁଟେଜ ଆଧାରରେ ଦୁଇଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି। ଲୁଟିଆଙ୍କ ନିକଟରୁ ପୁଲିସ ଚୋରି ସୁନା ଓ ରୁପା ଅଳଙ୍କାର ସମେତ ଲାପଟପ୍ ଜବତ କରିଥିବା କହିଛି। ଅଭିଯୁକ୍ତ ଦ୍ଵୟଙ୍କୁ ଥାନା କେସ୍ ୧୧୧/୨୪ରେ କୋର୍ଟ ଚାଲାଣ କରାଯାଇଛି।</h3> <h3>ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ଓମ୍ ବିହାରରେ ଗୀତାଞ୍ଜଳି ରାଉତ ଓ ତାଙ୍କ ପରିବାର ରୁହନ୍ତି। ଗତ ୧୪ତାରିଖରେ ଆଙ୍କଶପୁରି ମେରୁଯାତ୍ରାକୁ ସେମାନେ ଘରେ ତାଲା ପକାଇ ଯାଇଥିଲେ। ସେମାନେ ସନ୍ଧ୍ୟାରେ ଘରକୁ ଫେରିଥିଲେ। ଘରର ତାଲା ଭଙ୍ଗା ଯାଇଥିବା ବେଳେ ଆଲମାରୀରେ ଥିବା ସୁନା ଅଳଙ୍କାର, ନଗଦ ଟଙ୍କା ଓ ଲାପ୍ଟପ ଚୋରି କରିଥିଲେ।</h3> <h3>ଗୀତାଞ୍ଜଳି ଥାନାରେ ଏତଲା ଦେଇଥିଲେ । ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ କରି ରାତିରେ ବୁଲୁଥିବା ବେଳେ ଏମାନଙ୍କୁ ଧରି ଜେରା କରିଥିଲା। ଅଭିଯୁକ୍ତ କ୍ରିଷ୍ଣା ରେଙ୍ଗି ନାମରେ ୧୩ରୁ ଅଧିକ ମାମଲା ରହିଥିବା ବେଳେ ହାଇଦ୍ରାବାଦରେ ଗୋଟିଏ ହତ୍ୟା ମାମଲା ଅଛି । ସେହିପରି ଅନ୍ୟ ଅଭିଯୁକ୍ତ ପ୍ରଭୁ ବିରୋଧରେ ମଧ୍ୟ ୫ରୁ ଅଧିକ ମାମଲା ରହିଛି ।</h3>