ଭୁବନେଶ୍ୱର : ଅନୁଗୁଳରେ କୋଭିଡ଼ କଟକଣା କଡ଼ାକଡ଼ କଲା ଜିଲ୍ଲା ପ୍ରଶାସନ। ଅନୁଗୁଳ ସମସ୍ତ ସହରାଞ୍ଚଳ ସୋମବାର ପର୍ଯ୍ୟନ୍ତ ସଟଡାଉନ । ଡେଲି ମାର୍କେଟ ପରିସରରେ ପ୍ରବଳ ଭିଡ ପରେ ଜିଲ୍ଲାର ସମସ୍ତ ସହରାଞ୍ଚଳକୁ ସୋମବାର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କଲେ ଜିଲ୍ଲା ପ୍ରଶାସନ । ଅନୁଗୁଳରେ କରୋନା ସଂକ୍ରମଣ ବଢିଚାଲିଛି । ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସଟଡାଉନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି । ତେବେ ସଟଡାଉନରେ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ସେବା ଜାରି ରହିବ । ଅନ୍ୟପକ୍ଷରେ ତାଳଚେରରେ ମଧ୍ୟ ସଟଡାଉନକୁ କଡାକଡି ଭାବେ ପାଳନ କରାଯାଉଛି । ସହରର ନବ ମିଶ୍ର କଲୋନୀକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି ।