ଅନୁଗୁଳ: ଉତ୍ତର ପ୍ରଦେଶର ବାରଣାସୀଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି କୃଷକ ମାନଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ଅନୁଗୁଳ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ, ରାଜ୍ୟ ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର , କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବିଜ୍ଞାନୀ ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ କିଷାନ ସମ୍ମାନ ନିଧୀ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ରେ ପହଂଚି ପାରିଛି । ଏହି ସହାୟତା ରାଶି କୃଷକଙ୍କ ଅନେକ ସହାୟକ ହେଉଛି । ଆମକୁ କ୍ଷେତ୍ରରେ ଅଗ୍ରଗତି କରିଛୁ। ଆଜି ଜିଲ୍ଲାରୁ ବାହାରୁ ସାମଗ୍ରୀ ରପ୍ତାନି ହୋଇପାରୁଛି ବୋଲି ମତବ୍ୟକ୍ତ କରିଥଲେ । ଅନୁଗୁଳ ଜିଲ୍ଲାରେ ପ୍ରାୟ ୧ ଲକ୍ଷ ୪୪ହଜାର ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପଂଜିକୃତ ହୋଇଥିବା ବେଳେ ୧ ଲକ୍ଷ ୨୪ହଜାର ଚାଷୀ ଏହି ଯୋଜନାରେ ୧୭ ନମ୍ବର କିସ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ଯୋଜନାରେ ସାରା ଜିଲ୍ଲାରେ ପ୍ରାୟ ୨୪ କୋଟିରୁ ଉର୍ଦ୍ଧ ଚାଷୀଙ୍କ ଖାତାକୁ ଦିଆଯାଇଛି। ଏହା ପୂର୍ବରୁ ଦିନିକିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ଉଭୟ ମନ୍ତ୍ରୀ ଜୁଏଲ ଓରାମ ଓ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ Nalco ଗେଷ୍ଟ ହାଉସ ଠାରେ ପହଁଞ୍ଚିବା ପରେ ସେଠାରେ ସେମାନଙ୍କ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।