<h3>ଅନୁଗୁଳ, ୦୧/୦୫/୨୪: ଅନୁଗୁଳର ଏକ ଘୋରଇ ହୋଟେଲ୍ ଠାରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଢେଙ୍କାନାଳ ଲୋକସଭା ପ୍ରାର୍ଥିନୀ ଇଂ ସସ୍ମିତା ବେହେରା ମୁଖ୍ୟ ଅତିଥ୍ୟ ଭାବେ ଯୋଗ ଦେଇ ୧୦ ଦଫା ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରିଛନ୍ତି । ଢେଙ୍କାନାଳର ଅଧୁରା ସ୍ବପ୍ନକୁ ପୁରା କରିବାର ଏକ ରୋଡମ୍ୟାପ ମଧ୍ୟ ଉପସ୍ଥାପନ କରିଥିଲେ । ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ଆଶୀର୍ବାଦ ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ଯେଉଁମାନେ ଅନୁଗୁଳ, ଢେଙ୍କାନାଳ ଲୋକଙ୍କୁ ଅଣଦେଖା କରି ବାହାରିଆଙ୍କ ସହ ମିଶି ଲୁଟୁଛନ୍ତି, ସାଂସଦ ଓ ବିଧାୟକ ମାନେ ଓଡ଼ିଶାର ନେତୃତ୍ୱ ନେବା ବଦଳରେ ଠିକାଦାର ପାଲଟିଚନ୍ତି । ବ୍ରୋକର ହେଇ ପିସି କାରବାର ଚଳାଇଛନ୍ତି । ତେଣୁ ଏହି ଲଢେଇ ଲୁଟେରାଙ୍କ ବିରୁଦ୍ଧରେ ଖଟିଖିଆଙ୍କ ଅଧିକାର, ରୋଜଗାର ଓ ବାସ୍ତବିକ ବିକାଶର ଲଢେଇ ପାଇଁ ଆନ୍ଦୋଳନ କରୁଛି, ତେଣୁ ମୋର ବିଶ୍ବାସ ବିଜେପି - ବିଜେଡିର ଅଦୃଶ୍ୟ ମେଣ୍ଟର ସରକାରକୁ ହଟାଇ କଂଗ୍ରେସ ସରକାର ଗଢିବା ପାଇଁ ହାତ ଚିହ୍ନକୁ ଦୁଇଟି ଭୋଟ ଦେବେ । ଏହି ଗ୍ୟାରେଣ୍ଟି କାର୍ଡରେ ମହିଳା,ଯୁବ,ଛାତ୍ର, ଚାଷୀ, ମଜଦୁର, ବେରୋଜଗାରଙ୍କୁ ଅଧିକ ଗୁରୁତ୍ଵ ଦେବା ସହ ଅନୁଗୁଳ, ଢେଙ୍କାନାଳର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ପ୍ରାଥମିକତା ଦେବେ ବୋଲି ଉଲ୍ଲେଖ କରିଥିଲେ । ଲୋକଙ୍କ ଆଶୀର୍ବାଦରୁ ବିଜୟୀ ହେଲେ ସେ ନିଜର ପ୍ରତ୍ୟେକ ମାସର ଭତ୍ତାକୁ ସଂସଦୀୟ କ୍ଷେତ୍ରର ମହିଳା ସଶକ୍ତିକରଣ ପାଇଁ ବିନିଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ନିଶା ମୁକ୍ତ ଢେଙ୍କାନାଳ, ଅନୁଗୁଳ ବନାଇବା, ରୋଜଗାର, ମା, ଭଉଣୀଙ୍କୁ ସୁରକ୍ଷା, ସ୍ବାଭିମାନ ଓ ସମ୍ମାନ ତଥା ନିମ୍ନଲିଖିତ ଜନହିତକାରୀ ବିଷୟକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ୟ୍ୟନ୍ତ ସ୍ବର ଉତ୍ତୋଳନ କରିବେ। ଏହି ସମ୍ମିଳନୀରେ ଅନୁଗୁଳ ଢେଙ୍କାନାଳ ଲୋକସଭା ସାଂସଦ ପ୍ରାର୍ଥିନୀ ଶ୍ରୀମତୀ ସସ୍ମିତା ବେହେରା, କଂଗ୍ରେସର ରାଜ୍ୟ ମୁଖପାତ୍ର ଜଗଦାନନ୍ଦ ପ୍ରଧାନ, ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ଅନୁଗୁଳ ବିଧାନସଭା ପ୍ରାର୍ଥୀ ଅମ୍ବିକା ଭଟ୍ଟ,ତାଳଚେର ବିଧାନସଭା ପ୍ରାର୍ଥୀ ପ୍ରଫୁଲ ଦାସ ପ୍ରମୁଖ ଯୋଗ ଦେଇଥିଲେ।</h3>