ଭୁବନେଶ୍ଵର: ରାଜଧାନୀରେ ସାଇବାର ଠକେଇ। ଅଧ୍ୟାପିକା ଜଣକ ସାଇବର ଠକେଇର ଶିକାର ହୋଇଛନ୍ତି। ସାଇବର ଲୁଟେରାମାନେ ଅଧ୍ୟାପିକାଙ୍କ ଠାରୁ 19ହଜାର ଟଙ୍କା ଠକି ନେଇଛନ୍ତି। ଗତ 2ତାରିଖ ଦିନ ପଟିଆ ଅଞ୍ଚଳର ରେଶମ ମହାପାତ୍ର ଓଏଲ୍ଏକ୍ସରେ ଓ୍ଵାସିଂ ମେସିନ ବିକ୍ରି କରିବାକୁ ବିଜ୍ଞାପନ ଦେଇଥିଲେ। ତେବେ ଜଣେ ସାଇବର ଲୁଟେରା ଫୋନ୍ କରି ତାଙ୍କଠାରୁ ଓ୍ୱାସିଂ ମେସିନ୍ କିଣିବା ବାହାନାରେ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ରେଶ୍ମା।ଏହାପରେ ଠକେଇ ଶିକାରୀ ହୋଇଥିବା ଜାଣିବା ପରେ ସେ ପ୍ରଥମେ ଇନଫୋସିଟି ଥାନା ଓ ଏହାପରେ ସାଇବର ଡେସ୍କର ଦ୍ୱାରସ୍ଥ ହୋଇଥିଲେ। ଅଧ୍ୟାପିକାଙ୍କ ଅଭିଯୋଗ ପରେ ତନାଘନା ଆରମ୍ଭ କରିଛି ପୁଲିସ୍।