ଅସ୍ତରଙ୍ଗ: ଆଜିବି ରହିଛି ବିଶ୍ୱାସ ଓ ଭରଷା। ଗୋଠରେ ଅଧିଆ ପଡିଲେ ଦୂର ହୁଏ ବନ୍ଧ୍ୟାଦୋଷ । ଏହି ବିଶ୍ୱାସରେ ଶହ ଶହ ମହିଳା ନିଜ ମନସ୍କାମନା ପୂରଣ ହେବା ପାଇଁ ପ୍ରଭୁଙ୍କ ନିକଟରେ ଅଧିଆ ପଡିଥାନ୍ତି । ଦୋଳ ପୂର୍ଣ୍ଣମାରେ ହିଁ ସେମାନଙ୍କ ଇଚ୍ଚା ବା ମନସ୍କାମନା ପୁରଣ ହୋଇଥାଏ । କାହିଁ କେତେ ଯୁଗରୁ ପ୍ରଭୁଙ୍କ ଆଶୀସରୁ ଏଠାରେ ଭକ୍ତ ମାନଙ୍କ ଭିଡ ଜମେ ା ସେହିଭଳି ଆଜି ପବିତ୍ର ଦୋଳ ପ୍ୱର୍ଣ୍ଣମାରେ ପ୍ରଭୁ ରାଧାଗୋବିନ୍ଦ ବିଭିନ୍ନ ଦୋଳରେ ପରିଭ୍ରମଣ କରନ୍ତି ା ବିଶେଷ କରି ଶ୍ରୀକୃଷ୍ଣଙ୍କ ଲୀଳାକୁ ଆଜି ପର୍ୟ୍ୟନ୍ତ ଯାଦବ ସମ୍ପ୍ରଦାୟ ଲୋକ ଏହି ପାରମ୍ପରିକ ରୀତିନୀତିକୁ ବଜାୟ ରଖିଛନ୍ତି।
ସେହିପରି ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତ ସାନଓଲା ଗ୍ରାମର ହରିଶହଦେଵ ଗୋଠ। ଏଠି ଠାକୁରଙ୍କର ରହିଛି ସ୍ୱତନ୍ତ୍ର ଐତିହ୍ୟ। ଆଜିର ପବିତ୍ର ଦିନରେ ପାଖାପାଖି ପାଞ୍ଚ ଗୋଟି ଗ୍ରାମର ଯାଦବ ଭାଇ ଓ ଗ୍ରାମବାସୀ ମାନେ ଏକତ୍ରିତ ହୁଅନ୍ତି ଏହି ଗୋଠରେ। ରାତିରେ ସେମାନେ ପବିତ୍ର ନଦୀ ରୁ ପାଣିଭାର ଉଠାଇ ପ୍ରାୟ ପାହାନ୍ତିଆ ସମୟରେ ଆସି ଗୋଠ ରେ ପହଂଚି ପ୍ରଭୁ ଙ୍କ ବନ୍ଦାପନା କରନ୍ତି । ବ୍ରହ୍ମମୁହୂର୍ତ୍ତ ରୁ ମନ୍ଦିର ଦ୍ୱାରଫିଟା ହୋଇ ମଙ୍ଗଳ ଆରତୀ ଓ ଠାକୁର ଙ୍କ ମାର୍ଜନା କରାଯାଇଛି। ଆଜି ମଧ୍ୟ ଏହି ଠାକୁର ଙ୍କ ନୂତନ ନେତ ମନ୍ଦିର ଚୁଳ ରେ ବନ୍ଧାଯାଇଛି। ଠାକୁର ଙ୍କ ପୂଜାର୍ଚନା ସରିବା ପରେ ଆଖପାଖ ନୁହେଁ ପୁରୀ ଜିଲ୍ଲା ରୁ ଅନେକ ମହିଳା ସେମାନଙ୍କ ବନ୍ଧ୍ୟାଦୋଷ ଦୂର ପାଇଁ ଆଜି ପବିତ୍ର ଦିନ ରେ ଗୋଠ ରେ ମୌନ ବ୍ରତ କରି ଅଧିଆ ପଡିଛନ୍ତି। ଏ ବିଶ୍ୱାସ ଅନେକ ବର୍ଷ ପୁରୁଣା। ଆଜିର ଏହି ବିଶ୍ୱାସ ରେ ସମସ୍ତେ ଏହି ଗୋଠ ରେ ଏକତ୍ରିତ ହୋଇ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛନ୍ତି ।