ମହାକାଳପଡ଼ାରେ ପୁଣି ସାମ୍ନାକୁ ଆସିଲା ପୋଲିସ ବାବୁଙ୍କ କଳା କରନାମା, ହଁ ଆଜ୍ଞା ଏମିତି କଳାକାରନାମା ଯେ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ,ମହାକାଳପଡ଼ା ବ୍ଲକର ତନ୍ତୀଆପାଳ ସାମୁଦ୍ରିକ ଥାନାରୁ ଆସୁଚି ଏକ ମହିଳାଙ୍କ ସାଙ୍ଘାତିକ ଅଭିଯୋଗ,ମହିଳାଙ୍କ ଅଭିଯୋଗ ଅନୁଯାଇ ସ୍ୱାମୀ ପରିବାରର ଗୁଜୁରଣ ମେଣ୍ଟାଇବା ପାଇଁ ଦିଲ୍ଲୀରେ ଦାଦନ ଖଟିବାକୁ ଯାଇଥିଲେ,ଘରେ ସ୍ତ୍ରୀ ଦୁଇ ପିଲାଙ୍କ ସହ ଏକୁଟିଆ ରହୁଥିବାର ଜାଣି ସେହି ସୁଯୋଗର ଫାଇଦା ନେବା ପାଇଁ ବହୁ ଚେଷ୍ଟା କରୁଥିଲେ ପୋଲିସ ବାବୁ , ତନ୍ତୀଆପାଳ ସାମୁଦ୍ରିକ ଥାନାରେ କାର୍ଯ୍ୟରତ ଥିବା ହୋମ ଗାର୍ଡ ଅଭିଷେକ ପରିଡା ଓରଫ ବବୁଲ, ହାତରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଜୈନିକା ମହିଳାଙ୍କ ଘରେ ରାତି 12ଟା ସମୟରେ କବାଟ ବାଢ଼େଇ ବାହାରକୁ ଡାକୁଥିଲେ ,ଘରେ ଦୁଇ ପିଲାଙ୍କ ସହ ମହିଳା ଏକୁଟିଆ ରହୁଥିବାରୁ ଭୟରେ ମହିଳା ଜଣକ କବାଟ ଖୋଲି ନଥିଲେ କିନ୍ତୁ ହୋମ ଗାର୍ଡ ବବୁଲ ମନରେ ଖରାପ ଉଦେଶ୍ୟ ରଖି ବାରମ୍ବାର ମହିଳାଙ୍କ ଘର କବାଟ ବାଡେଇ ଖୋଲିବା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ମହିଳା ଜଣକ ସାହସ କରି କବାଟ ଖୋଲି ନଥିଲେ,ପରେ ରବିବାର ଦିନ ସକାଳ ସମୟରେ ମହିଳା ଜଣକ ହୋମ ଗାର୍ଡ ଅଭିଷେକ ପରିଡା ଓରଫ ବବୁଲଙ୍କ ନାମରେ ତନ୍ତୀଆପାଳ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ଥାନାର ଏଏସଆଇ ଲକ୍ଷ୍ମଣ କୁମାର ମିଶ୍ର ହୋମ ଗାର୍ଡ ଅଭିଷେକ ପରିଡାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ତାଙ୍କୁ ଥାନାରୁ ଖସେଇ ଦେଇଥିବାର ମହିଳା ଅଭିଯୋଗ ଆଣିଛନ୍ତି,ଅନ୍ୟ ପକ୍ଷେ ଏଏସଆଇ ଲକ୍ଷ୍ମଣ କୁମାର ମିଶ୍ର କହିଛନ୍ତି ମହିଳା ଜଣକ ହୋମ ଗାର୍ଡ ଅଭିଷେକ ପରିଡାଙ୍କ ନାମରେ ଦେଇଥିବା ଅଭିଯୋଗରେ ଦଫା ଲାଗିଲା ଭଳି କୌଣସି କୌଣସି ଲେଖା ନାହିଁ ତେଣୁ ମୁଁ ଏସଡିପିଓଙ୍କ ସହ କଥା ହୋଇ କେସକୁ ଡାଏରୀ କରି ତଦନ୍ତ ଜାରି ରଖୁଛୁ.