ଅତିଥି ବେଶରେ ଆସି ରିସେପସନ ମଣ୍ଡପରୁ ୧୦ ଲକ୍ଷ ଟଙ୍କାର ଗିଫ୍ଟ ନେଇ ଚମ୍ପଟ ମାରିଲା ଦୁର୍ବୁତ୍ତ । ଭୁବନେଶ୍ବର ପରେ ଏବେ ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା କେତେ ଟଙ୍କାର ସୁନା ଓ ଟଙ୍କା ଚୋରି ହୋଇଥିବା ଜଣାପଡିନାହିଁ । ପରିବାର ଓ ବନ୍ଧୁବାନ୍ଧବ ମାନେ କାମ ବ୍ୟସ୍ତରେ ଥିବାବେଳେ ଏହାର ସୁଯୋଗ ନେଇ ଗିଫ୍ଟ ବ୍ୟାଗରେ ଥିବା ସୁନା ଓ ଟଙ୍କା ଧରି ଛୁ ମାରିଲେ । ପରେ ପରିବାର ଲୋକେ ଉକ୍ତ ବ୍ୟାଗକୁ ବହୁ ଖୋଜାଖୋଜି କରି ପାଇ ନ ଥିଲେ । ଏହାପରେ ସିସିଟିଭିରେ ସେମାନେ ଜଣେ ଯୁବକ ଉକ୍ତ ବ୍ୟାଗ୍ ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ଏନେଇ ସେମାନେ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ । ସିସିଟିଭି ଫୁଟେଜ ଆଧାରରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି