ଆପଣମାନେ ନିଜ ଘର ବାଲକୋନି ବା ବଗିଚାରେ ଗଛ ଲାଗିଥିବାର କି ଲଗୋଉଥିବାର ଅନେକ ଦେଖିଥିବେ .,., ହେଲେ ଏମିତି ଏକ ଜାଗା ଅଛି ଯେଉଁଠି ବଗିଚା ତିଆରି ହେବା କଥା ଆପଣ ଚିନ୍ତା ବି କରିନଥିବେ । ସାଧାରଣତଃ ଗମନାଗମନ ସୁବିଧା କାର ଅଟୋର ବ୍ୟବହାର ମଧ୍ୟ କରିଥାଉ ହେଲେ ସେହି ଅଟୋ ଭିତରେ ତିଆରି ହୋଇଛି ଏବେ କୃତିମ ବଗିଚା.., ଅଟୋ ଭିତରେ ଓ ବାହାରେ ଲାଗିଛି ଭିନ୍ନ ଭିନ୍ନ କିସମର ଗଛ .,.,.. ଘରେ ଜାଗା ନଥିବାରୁ ଅଟୋ ଡ୍ରାଇଭର ଜଣକ ନିଜ ଅଟୋରେ ହିଁ ତିଆରି କରିଛନ୍ତି ଗାର୍ଡେନ ଅଟୋକୁ ସବୁଜ ସୁନ୍ଦର କରିଛନ୍ତି ପୁଣେ ସହରର ଗଣେଶ ନାନକାର .., ଗଣେଶ ଗୋଟେ ବର୍ଷ ହେବ ଅଟୋକୁ ଗଛରେ ସଜାଉଛନ୍ତି ,., ପ୍ରଥମେ ତାଙ୍କୁ ଏଥିପାଇଁ ବହୁ କଷ୍ଟ କରିବାକୁ ପଡିଥିଲା ,.,., ପ୍ରଥମେ ଗଣେଶ ପାଣି ବୋତଲ ରେ କେବଳ ମନି ପ୍ଲାଣ୍ଟ ଏବଂ ପିଭିସି ପାଇପ ରେ ଅନ୍ୟ ଗଛ ଲଗାଇଥାଆନ୍ତି । ପରେ ପାଇପ ରେଗଛ ଲଗାଇଥିବା ତାଙ୍କର ଆଇଡିଆ ଶେଷରେ ଫେଲ ମାରିଲା ,.,., ଏଥିରେ ଗଣେଶ ଭାଙ୍ଗି ନପଡି ଏକ ନୂଆ ତରିକାକୁ ଆପଣାଇଲେ ,., ଅଟୋ ଭିତରେ ଲୁହାର ପୋଟ ଷ୍ଟାଡ ତିଆରି କଲେ ., ଆଉ ଆଜିକା ଦିନରେ ଗଣେଶଙ୍କ ଅଟୋରେ ୧୮ ଟି ପୋଟ ଷ୍ଟାଡ ତିଆରି କରିଛନ୍ତି ।ଯାତ୍ରୀଙ୍କୁ ଯିବା ଆସିବାରେ ଯୌଭଳି ଅସୁବିଧା ନ ହେବ ସେଥିପ୍ରତି ମଧ୍ୟ ଧ୍ୟାନ ଦେଇଥିଲେ । ଅନେକ ଯାତ୍ରୀ ଗଣେଶଙ୍କ ଅଟୋ ଯାତ୍ରା କରିବା ପରେ ପ୍ରତିକ୍ରିୟା ରଖିନ୍ତି ଯେ ଏହି ଅଟୋରେଗଲେ ବହୁତ ଥଣ୍ଡା ପବନ ଆସେ ଏଥି ପାଇଁ ଅଟୋ ରେ ବସିଥିବା ଯାତ୍ରୀ ବହୁତ ଖୁସି ଅନୁଭବ କରନ୍ତି । ଯଦି ଆପଣଙ୍କୁ ବି ଏହି ଗାର୍ଡେନ ଅଟୋ ରେବସିବାର ଅଛି ତେବେ ପୁନେ ଚାଲିଆସନ୍ତୁ । ଗଛ ଲଗାଇବା ଦ୍ୱାରା କେତେ ଯେ ସମାଜ ପାଇଁ ମଙ୍ଗଳ ହୋଇଥାଏ ତାହା ଏହି ପ୍ରକୃତିପ୍ରେମୀ ଗଣେଶ ନାନକାର ଶିଖାଇଦେଇଛନ୍ତି ।