ଏହି ଘଟଣା ପରେ କୋର୍ଟ କର୍ମଚାରୀମାନେ ନିଲାମ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଶ୍ରୀ ବେହେରାଙ୍କ କାର୍ୟ୍ୟାଳୟରେ ପହଞ୍ଚିଥିଲେ।
କନ୍ଷ୍ଟ୍ରକସନ୍ ଇଣ୍ଡିଆ କମ୍ପାନିର ଜଣେ ଠିକାଦାରଙ୍କୁ 18 ଲକ୍ଷ ଟଙ୍କାର ବକେୟା ବିଲ୍ ପୈଠ କରିନଥିବାରୁ ଭୁବନେଶ୍ୱର ବିଲ୍ଡିଂ ଡିଭିଜନ ମୁଖ୍ୟ ଯନ୍ତ୍ରୀ ଦୁଖବନ୍ଧୁ ବେହେରାଙ୍କ କାର୍ୟ୍ୟାଳୟର ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ନିଲାମ କରାୟିବ।କନ୍ଷ୍ଟ୍ରକସନ୍ ଇଣ୍ଡିଆର ଠିକାଦାର ଦିନେଶ ପାଠକଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଭୁବନେଶ୍ୱର ସିନିୟର ଡିଭିଜନ୍ ସବ୍ ଜଜ୍ ଏହି ସମ୍ପତ୍ତିକୁ ନିଲାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଘଟଣା ପରେ କୋର୍ଟ କର୍ମଚାରୀମାନେ ନିଲାମ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଶ୍ରୀ ବେହେରାଙ୍କ କାର୍ୟ୍ୟାଳୟରେ ପହଞ୍ଚିଥିଲେ।ପାଠକ 1998 ମସିହାରେ ଏକ ନଅ ମହଲା କୋଠା ନିର୍ମାଣ କରିଥିଲେ। ହେଲେ ଠିକାଦାର ଟଙ୍କା ନଦେବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପୂର୍ବରୁ ଏପ୍ରିଲ 29 ତାରିଖରେ ମଧ୍ୟ କୋର୍ଟ ସମାନ ଧରଣର ରାୟ ଦେଇଥିଲେ। ତେବେ ଶ୍ରୀ ବେହେରା କୋର୍ଟଙ୍କୁ ସମୟ ମାଗିଥିଲେ।