ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ପରିସମାପ୍ତି ଘଟାଇଲେ ହାଇକୋର୍ଟ । ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇସାରିଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ସିବିଆଇ ତଦନ୍ତରେ ଶିଥିଳତାକୁ ନେଇ ଦାୟର ହୋଇଥିଲା ମାମଲା । ମୁଖ୍ୟ ଅଭିଯୁକ୍ତ ଗିରଫ ନେଇ ଅବଗତ ହେବା ପରେ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ହାଇକୋର୍ଟ । ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ପକ୍ଷରୁ ଦାୟର କରାଯାଇଥିଲା ମାମଲା। ତଦନ୍ତରେ ଶିଥିଳତା ଓ ଷଡ଼ଯନ୍ତ୍ର ଅଭିଯୋଗ କରି ମାମଲା କରିଥିଲେ। ସୂଚନା ଅନୁଯାୟୀ, ୧୯ ବର୍ଷ ପୂର୍ବରୁ ହାଇକୋର୍ଟରେ ହୋଇଥିବା ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଏସମ୍ପର୍କିତ ଏକ ଆବେଦନର କୋର୍ଟ ଶୁଣାଣି କରିଥିଲେ ହାଇକୋର୍ଟ। ମୁଖ୍ୟ ଅଭିଯୁକ୍ତ ବିବନକୁ ଗିରଫ କରିବାରେ ସିବିଆଇର ବିଫଳତା ଓ ତଦନ୍ତରେ ଶିଥିଳତାକୁ ଦୃଷ୍ଟିରେ ରଖଟ ପୀଡ଼ିତା ଅଞ୍ଜନା ମିଶ୍ର ନିଜେ ହାଇକୋର୍ଟରେ ଏହି ମାମଲା ଦାଏର କରିଥିଲେ । ୨୦୦୨ ମସିହା ଜୁନ୍ ରେ ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ । ଏହି ଅଘଟଣରେ ଯେଉଁମାନେ ସଂପୃକ୍ତ ଏବଂ ଏହା ପଛରେ ଯେଉଁମାନେ ରହିଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ପ୍ରାର୍ଥନା କରିଥିଲେ । ପରେ ୨୦୦୨ ଅଗଷ୍ଟ ୨୧ ତାରିଖରେ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ପି.କେ. ବାଲସୁବ୍ରମଣ୍ୟମ୍ ଏବଂ ବିଚାରପତି ଜଷ୍ଟିସ ଏ.ଏସ୍ ନାଇଡୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିଲା । ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ରାଜ୍ୟ ସରକାର ଏବଂ ସିବିଆଇର ସତ୍ୟପାଠ ପରେ ପରିସମାପ୍ତି ହୋଇଛି ।