ଭୁବନେଶ୍ବର : ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା । ୧୯୯୯ ମସିହାର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ । ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ରିମାଣ୍ଡ ନେଇଛି ସିବିଆଇ । ଆଜି କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟ ପରେ ବିବନକୁ ରିମାଣ୍ଡରେ ନେଇଛି ପୋଲିସ । ବିବନକୁ ୫ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ବର ସ୍ବତନ୍ତ୍ର ସିଜେଏମଙ୍କ ନିକଟରେ ଆବେଦନ କରିଥିଲା ସିବିଆଇ । ଏହି ସମୟରେ ଅଧିକାରୀମାନେ ଅଞ୍ଜନା ଗଣ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଅଧିକ ପଚରାଉଚରା କରିବେ । 22 ବର୍ଷ ଆତ୍ମଗୋପନ ପଛରେ କିଏ ରହିଥିଲା, ଫେରାର ହେବାରେ କିଏ କରିଥିଲା ସହାୟତା ସବୁ ତଥ୍ୟ ଆଦାୟ କରିବ ସିବିଆଇ । ୧୯୯୯ ମସିହାର ଏହି ଲୋମହର୍ଷଣକାରୀ ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ହଟାଇବାକୁ ସିବିଆଇ ଟିମ୍ ଚେଷ୍ଟା କରିବ ।୧୯୯୯ ମସିହାର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ କମିସନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ ଅପରେସନ ‘ସାଇଲେଣ୍ଟ ଭାଇପର’ ଦ୍ବାରା ପୁନେରୁ ଗିରଫ ହୋଇଥିଲା । ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଘଟିଥିଲା ଏହି ଘଟଣା । ୨୨ ବର୍ଷ ଭିତରେ ମାମଲାରେ ଗିରଫ ଅନେକ ଅପରାଧୀଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି । ଏପରିକି ମାମଲାର ଜଡିତ ବହୁ ସାକ୍ଷୀଙ୍କର ମଧ୍ୟ ଦେହାନ୍ତ ହୋଇସାରିଛି ।