ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ । ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଗ୍ରାମର ଲୋକେ . ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ଅଙ୍ଗନୱାଡ଼ି କେନ୍ଦ୍ର- ୧ ର ଅଙ୍ଗନୱାଡ଼ି ପଦବୀ ଦୀର୍ଘ ଦିନ ଧରି ଖାଲି ଥିବା ବେଳେ ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରର ପଦବୀ ନିମନ୍ତେ ଲକ୍ଷ୍ମୀପୁର ଶିଶୁ ବିକାଶ ଯୋଜନା କାର୍ୟ୍ୟାଳୟ ତରଫରୁ ବିଜ୍ଞପ୍ତି ଜାରି କରାଯାଇଥିଲା. ଉକ୍ତ ଅଙ୍ଗନୱାଡ଼ି ପଦବୀ ନିମନ୍ତେ ଗ୍ରାମର ଦୁଇ ଜଣ ଝିଅ ଓ ଜଣେ ବୋହୁ ଏହି ଅଙ୍ଗନୱାଡ଼ି କର୍ମୀ ପାଇଁ ଆବେଦନ କରିଥିଲେ। ତେବେ ଗ୍ରାମର ଲୋକେ ଅଭିଯୋଗ ଆଣିଛନ୍ତି କି ଅଙ୍ଗନୱାଡ଼ି କେନ୍ଦ୍ର- ୧ ରେ ବର୍ତ୍ତମାନ ଯେଉଁ ବୋହୁକୁ ନିଯୁକ୍ତି ନିମନ୍ତେ ବଛା ଯାଇଛି ସେହି ସାହି ଏକ ନମ୍ବର କେନ୍ଦ୍ର ପରିସରରେ ଆସିନାହାନ୍ତି । ତେଣୁ ଅନ୍ୟ ଏକ କେନ୍ଦ୍ରର ମହିଳାଙ୍କ ନାମ ଅନ୍ତର୍ଭୂକ୍ତ କରି କିପରି ତାଙ୍କୁ ନିଯୁକ୍ତି ଦିଆଯାଇଛି ସେନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ତେଣୁ ଏହି ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଠିକ୍ ଭାବେ ପୂର୍ନବାର ବିଜ୍ଞପ୍ତି ଜାରି କରି ଗ୍ରାମର ଜଣେ ଗରୀବ ପଢ଼ା ଝିଅକୁ ଏହି ପଦବୀରେ ନିଯୁକ୍ତ ଦିଅନ୍ତୁ ନଚେତ୍ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲାବନ୍ଦ କରି ଆଇନର ଆଶ୍ରୟ ନେବା ସହ ଲକ୍ଷ୍ମୀପୁର ଶିଶୁ ବିକାଶ ଯୋଜନା କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଳି କଢ଼ା ଚେତାବନୀ ଦେଇଛନ୍ତି ଗ୍ରାମର ଲୋକେ।