ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲା ଆତଙ୍କବାଦୀ ସଂଗଠନ ହମାସ୍। ଆଉ ଏହାର ମାଷ୍ଟରମାଇଣ୍ଡ ଥିଲା ୟାହୟା ସିନୱାର୍। ଇସ୍ରାଏଲରେ ଯେଉଁ ସମୟରେ ନାରକୀୟକାଣ୍ଡ ଚାଲିଥିଲା ଠିକ୍ ସେତେବେଳେ ନିଜ ଖୁପିଆ ଠିକଣା ଅର୍ଥାତ ବଙ୍କର୍ ଭିତରେ ଲୁଚି ରହିଥିଲା ସିନୱାର୍। ଏନେଇ ଇସ୍ରାଏଲ୍ ପକ୍ଷରୁ ସିସିଟିଭି ଫୁଟେଜ୍ ଜାରି କରାଯାଇଛି। ଏଥିରେ ଗତବର୍ଷ ୬ ଅକ୍ଟୋବର ଦିନ ନିଜ ସେଫ୍ ହେଭେନ୍ରେ ଛୁଆ, ସ୍ତ୍ରୀକୁ ଧରି ସିନୱାର୍ ଚାଲି ଯାଇଥିବା ଦେଖିବାକୁ ମିଳିଛି। ସାଙ୍ଗରେ ଟିଭି, ତକିଆ, ଗଦି, ପାଣି…ଯାହା ଯାହା ଆବଶ୍ୟକ ସେ ସବୁକୁ ନେଇ ବଙ୍କର୍ ଭିତରେ ସୁରକ୍ଷିତ ଜୀବନ କାଟିବାକୁ ପଳାଇଥିଲା ୟାହୟା। ମୃତ ହମାସ୍ ମୁଖ୍ୟ ୟାହ୍ୱା ସିନଓ୍ୱାରଙ୍କର ଏକ ନୂଆ ଭିଡିଓ ଜାରି କରିଛି ଇସ୍ରାଏଲ ସେନା । ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ ପୂର୍ବରୁ ଏହି ଭିଡିଓ ରେକର୍ଡ କରାଯାଇଥିଲା । ଗତ ବର୍ଷ ହୋଇଥିବା ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ ସିନଓ୍ୱାର । ଆକ୍ରମଣରେ ୧୨୦୦ରୁ ଅଧିକ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଇସ୍ରାଏଲ-ହମାସ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଭିଡିଓଟି ଅକ୍ଟୋବର ୬ର । ଏଥିରେ ସିନଓ୍ୱାର ନିଜ ପତ୍ନୀ ଓ ପିଲାଙ୍କ ସହ ଏକ ଅଣ୍ଡରଗ୍ରାଉଣ୍ଡ ସୁଡ଼ଙ୍ଗରେ ଯାଉଥିବାର ଦେଖିବାକୁ ମିଳୁଛି । ସେ ବଙ୍କରକୁ ସପ୍ଲାଏ ବ୍ୟାଗ୍ ନେଇଯାଉଛନ୍ତି, ଯାହାକୁ ପରେ ଇସ୍ରାଏଲ ସେନା ଖୋଜି ବାହାର କରିଥିଲା । ଫୁଟେଜ୍ ସେୟାର କରି ଆଇଡିଏଫ୍ ପ୍ରବକ୍ତା ନଦବ ଶୋଶାନି ଲେଖିଛନ୍ତି, ଅକ୍ଟୋବର ୭ ନରସଂହାରର କିଛି ଘଣ୍ଟା ପୂର୍ବରୁ ସିନଓ୍ୱାର ନିଜ ନାଗରିକଙ୍କ ସହ ସୁଡ଼ଙ୍ଗରେ ଲୁଚିଥିଲେ । ନିଜ ଆତଙ୍କବାଦୀମାନଙ୍କ ଦ୍ୱାରା କରାଯାଉଥିବା ହତ୍ୟା, ଅପହରଣ ଏବଂ ଦୁଷ୍କର୍ମ ଦେଖିବାକୁ ସେ ପ୍ରସ୍ତୁତ ହେଉଥିଲେ । ଇସ୍ମାଇଲ ହାନିଆଙ୍କ ପରେ ଜୁଲାଇରୁ ହମାସର କମାଣ୍ଡ ସମ୍ଭାଳିଥିବା ସିନଓ୍ୱାର ଇସ୍ରାଏଲର ସବୁଠାରୁ ବଡ଼ ଟାଗେର୍ଟ୍ରେ ଥିଲେ । ଅକ୍ଟୋବର ୧୭ରେ ରାଫାରେ ଇସ୍ରାଏଲ ସୈନିକଙ୍କ ସହ ସଂଘର୍ଷରେ ତାଙ୍କୁ ମରାଯାଇଥିଲା । ଆଇଡିଏଫ୍ ଗତ ସପ୍ତାହରେ ସିନଓ୍ୱାରଙ୍କର ଏକ ଭିଡିଓ ଜାରି କରିଥିଲା । ଏହି drone ଭିଡିଓରେ ସେ ଗୁରୁତର ଅବସ୍ଥାରେ ଏକ ଚୌକିରେ ବସିଥିବାର ଦେଖାଯାଇଥିଲେ ଏବଂ ଧୂଳିରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ଥିଲେ । ତାଙ୍କ ଡାହାଣ ହାତ ଜଖମ ହୋଇଯାଇଥିଲା । ସେ ମରିବାର କିଛି ସମୟ ପୂର୍ବରୁ ଭିଡିଓକୁ ରେକର୍ଡ କରାଯାଇଥିଲା ।