ପୁଣି ଗୋଟିଏ ବଡ଼ଧରଣର ଟ୍ରେନ ଦୁର୍ଘଟଣା। ଲାଇନଚ୍ୟୁତ ହୋଇଛି ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ। ଏହି ଏକ୍ସପ୍ରେସର ୪ ଏସି ବଗି ଲାଇନଚ୍ୟୁତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟ ହୋଇଥିବା ମିଳିଛି ସୂଚନା । ଉତ୍ତର ପ୍ରଦେଶର ଗୋଣ୍ଡା ଓ ଝିଲାହି ମଧ୍ୟରେ ଏପରି ଦୁର୍ଘଟଣା ଘଟିଛି। ଟ୍ରେନର କିଛି ବଗି ଝିଲାହି ଷ୍ଟେସନ ଠାରୁ ଅଳ୍ପଦୂରରେ ଥିବା ପିକାଉରା ଠାରେ ଓଲଟି ପଡ଼ିଛି। ମୃତାହତଙ୍କ ସମ୍ପର୍କରେ ଜଣାପଡ଼ି ନଥିବା ବେଳେ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିବା ଆରମ୍ଭ କରିଛନ୍ତି। ସାମ୍ନାକୁ ଆସିଥିବା ଫଟୋରେ ଓଲଟି ପଡ଼ିଥିବା ବଗି ମଧ୍ୟରେ ଅନେକ ଲୋକ ଫସି ରହିଥିବା ଦେଖିବାକୁ ମିଳୁଛି। ଆଉ କିଛି ଲୋକ ଟ୍ରେନ ଲାଇନରେ ପଡ଼ି ରହିଛନ୍ତି। ସେହିପରି ଲୋକମାନେ ନିଜର ଜିନିଷ ସହ ଟ୍ରାକରେ ଛିଡ଼ା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି।